Report Card Odisha

| Daily Odia News

‘ଗୋନ୍ଧାଲ’ କୁ ଓସ୍କାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସନ୍ତୋଷ ଦଭାଖାର୍‌ଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମ ‘ଗୋନ୍ଧାଲ’ ୯୯ତମ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଛି । ମହାରାଷ୍ଟ୍ରର ସଂସ୍କୃତି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବ ବୋଲି ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି । ପୂର୍ବରୁ ୫୬ତମ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(ଆଇଏଫଏଫଆଇ)ରେ ଗୋନ୍ଧାଲ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଦଭାଖାର୍‌ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସିଲ୍‌ଭର ପିକକ୍ ପୁରସ୍କାର ମିଳିସାରିଛି । ମୋଟ ୩୩ଟି ଫିଲ୍ମକୁ ରିଭ୍ୟୁ କରିବା ପରେ ଗୋନ୍ଧାଲକୁ ଶ୍ରେଷ୍ଠ ବିବେଚିତ କରାଯିବା ସହ ଆସନ୍ତା ୨୦୨୭ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ କରାଯାଇଛି ବୋଲି ଚୟନ କମିଟିର ମୁଖ୍ୟ ପି.ଶେଷାଦ୍ରୀ କହିଛନ୍ତି ।୧୧୭ ମିନିଟ୍‌ର ଏହି ମରାଠୀ ଫିଲର କାହାଣୀ ଓ ନିର୍ଦ୍ଦେଶନା ସନ୍ତୋଷ ଦାଭାଖର ଦେଇଥିବା ବେଳେ ଏଥିରେ ପ୍ରମୁଖ ଭୁମିକାରେ ଇସିତା ଦେଶମୁଖ, କିଶୋର କଦମ, ଯୋଗେଶ ଶୋହୋନି, ନିଶାଦ ଭୋଏର ପ୍ରମୁଖ ଅଭିନୟ କରିଛନ୍ତି । ଭାରତ ପକ୍ଷରୁ ଓସ୍କାରକୁ ଏଂଟ୍ରି କରିବାରେ ‘ଗୋନ୍ଧାଲ’ ୪ର୍ଥ ମରାଠୀ ଫିଲ୍ମ ।

Breaking News