ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ବିଭିନ୍ନ ମହାବିଦ୍ୟାଳୟ ଓ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ୭ ତାରିଖରେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ନିର୍ବାଚନ ପ୍ରକ୍ରିୟାର ଅନ୍ୟାନ୍ୟ ଔପଚାରିକତା ସମ୍ପନ୍ନ ହେବା ପରେ ୧୫ ତାରିଖରେ ଭୋଟ୍ଗ୍ରହଣ କରାଯିବ। ଭୋଟ୍ ଶେଷ ହେବା ପରେ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।ନିର୍ବାଚନ ତାରିଖ ଘୋଷଣା ହେବା ପରେ କ୍ୟାମ୍ପସ ପରିସରରେ ରାଜନୈତିକ ଓ ଛାତ୍ର ସଙ୍ଗଠନଗୁଡ଼ିକର ତତ୍ପରତା ବଢ଼ିଛି। ସମ୍ଭାବ୍ୟ ପ୍ରାର୍ଥୀମାନେ ସମର୍ଥନ ଯୋଗାଡ଼ ପାଇଁ ସହପାଠୀଙ୍କ ସହ ଆଲୋଚନା ଆରମ୍ଭ କରିଥିବାବେଳେ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି।






More Stories
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..
ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ମଦ ଦୋକାନ…..
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….