ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚିନ୍ତା ବଢ଼ିଲାଣି କରୋନା ସଂକ୍ରମଣ | ଆଜି ରାଜ୍ୟରେ ୩୯୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ରାଜଧାନୀ ଭୁବନେଶ୍ବରରୁ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୪ଜଣ ସ୍ଥାନୀୟ ସଂକ୍ରମିତ । ଏ ନେଇ ଟ୍ବିଟ୍ ଯୋଗେ ବିଏମ୍ସି ସୂଚନା ଦେଇଛି । ସୂଚନାଯୋଗ୍ୟ, ଭୁବନେଶ୍ବରରେ ମୋଟ ଆକ୍ଟିଭ କେସ୍ ରହିଛି ୩୧୦ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩୧,୯୨୧ ଜଣ । ସେହିଭଳି ୨୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି ଏବଂ ୩୧୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..