Report Card Odisha

| Daily Odia News

ମଦୁରାଇରେ ଜାଲିକାଟ୍ଟୁ କାର୍ଡ ଖେଳିଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ  ପ୍ରଚାର ପାଇଁ ଶନିବାର ତାମିଲନାଡୁ ଓ କେରଳ ଗସ୍ତ କରିବା ଅବସରରେ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ସୁନ୍ଦରେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ସେ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରୁଥିବାର ଫଟୋ ଦେଖିବାକୁ ମିଳିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମଦୁରାଇଠା​ରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଜାଲିକାଟ୍ଟୁ କାର୍ଡ ଖେଳିଛନ୍ତି। ଡିଏମକେ ଓ କଂଗ୍ରେସ ମେଣ୍ଟ କୁ ଟାର୍ଗେଟକରି କହିଛନ୍ତି ଯେ ଏହି ମେଣ୍ଟର କୌଣସି ବାସ୍ତବ କାର୍ଯ୍ୟକ୍ରମ ନାହିଁ। ୨୦୧୬ରେ କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ଦକ୍ଷିଣ ଭାରତର ଲୋକପ୍ରିୟ କ୍ରୀଡ଼ା ଜାଲିକାଟ୍ଟୁକୁ ନିଷିଦ୍ଧ କରିବା ପାଇଁ ଘୋଷଣା କରିଥିଲା; କିନ୍ତୁ କେନ୍ଦ୍ର ସରକାର ଓ ଏଆଇଡିଏମକେ ଉଦ୍ୟମକ୍ରମେ ମଦୁରାଇରେ ଏହି ଖେଳ ସମ୍ଭବ ହୋଇଥିଲା। ଏଆଇଏଡିଏମ୍‌କେ ଓ ବିଜେପି ସର୍ବଦା ଲୋକଙ୍କ ସହିତ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

Breaking News