ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଦେଶକୁ କିଭଳି କରୋନା ସଂକ୍ରମଣରୁ ରକ୍ଷା କରାଯାଇ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ। କରୋନାର ପ୍ରଥମ ଲହରରେ ଦେଶ ଯେତିକି ପ୍ରଭାବିତ ହୋଇ ନଥିଲା ଏବେ କରୋନାର ଦ୍ବିତୀୟ ଲହର ଦ୍ବାରା ତା’ଠରୁ ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରୁଛି । ଦୈନିକ କରେନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଏକ ଲକ୍ଷ ଟପି ଯାଇଛି। ଦେଶରେ ପୁଣିଥରେ ଲକ୍ଡାଉନ୍, କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇପାରେ । ସୂଚନା ଅନୁସାରେ- ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ଉପରେ ସମୀକ୍ଷା କରି ଆଲୋଚନା କରିଥିଲେ । ବୈଠକରେ କ୍ୟାବିନେଟ୍ ସଚିବ, ପିଏମ୍ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ । ତେବେ ୮ ତାରିଖରେ ଥିବା ପ୍ରଧାନମନ୍ତ୍ରୀ ଆଲୋଚନା ଉପରେ ରହିଛି ଦେଶ ବାସୀଙ୍କ ନଜର |





More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..