ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୨ ତାରିଖରେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏନେଇ ଆଜି ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲା ପରିଷଦରେ ବଡ଼ ଏଲଇଡି ଟିଭି ଲଗାଯିବ ଯାହା ଫଳରେ ଲୋକମାନେ ସିଏମଙ୍କ ସମ୍ବୋଧନ ଶୁଣିବାକୁ ସକ୍ଷମ ହେବେ। ସୂଚନା ଅନୁଯାୟୀ-ଏପ୍ରିଲ୍ ୧୭ରେ ପିପିଲି ବାଇପୋଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ୍ ଗଣନା ଏବଂ ଫଳାଫଳ ମେ ୨ରେ ଘୋଷଣା କରାଯିବ।
More Stories
ବିଜେଡିରୁ ପୁଣି ଜଣକୁ ବିଦା କଲେ ନବୀନ…..
ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଠାବ……
ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀଙ୍କ ମୋବାଇଲ୍ ଫୋନ୍ ଉଦ୍ଧାର…..