Report Card Odisha

| Daily Odia News

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀଜନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ଶେଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀଜନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ କମିଟି ମିଳିତ ଆନୁକୂଲ୍ୟରେ ଚକେଇସିହାନି, ସମୟଗାଡିଆ, ମଧ୍ୟ ,ଭୁନେଶ୍ବରସ୍ଥିତ ଶ୍ରୀଲକ୍ଷ୍ମନାରାୟଣ ମନ୍ଦିରରେ ହେଉଥିବା ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ଶେଷ ହୋଇଛି | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବହୁତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ହୋଇଛି | ଶେଷ ପର୍ଯ୍ୟାୟ କାର୍ଯ୍ୟ କ୍ରମ ରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ ହରିହରକାନୁନଗୋ,ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ପରଶୁରାମ ପତି, ଶ୍ରୀ କଲ୍ୟାଣ ପତି ଯୋଗ ଦେଇ ଥିଲେ, ଭଜନ ଓ ସଙ୍କୀର୍ତ୍ତନ କାର୍ଯକ୍ରମ କୁ ଶ୍ରୀ ପ୍ରଶାନ୍ତ ବେହେରା, ବିପିନ ବିହାରୀ ସ୍ୱାଇଁ, ତ୍ରିଲୋଚନ ନାୟକ ପରିଚାଳନା କରିଥିଲେ | ଆଜିର କାର୍ଯ୍ୟ କ୍ରମ ର ମୁଖ୍ୟ ଆକର୍ଷଣ ଥିଲା , ଶ୍ରୀଜଗନ୍ନାଥ ଙ୍କ ସଙ୍କୀର୍ତ୍ତନ ରେ ସମସ୍ତେ ମିଳିମିଶି ଅତିସୁନ୍ଦର ଭାବରେ ବୋଲିଥିଲେ | ଏହାପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଙ୍କ ଦ୍ଵାରା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟ ରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା | ଶ୍ରୀଜଗନ୍ନାଥ ଙ୍କ ଆଳତି କରାଯାଇ ପ୍ରସାଦ ସେବନ କର୍ୟ୍ଯକ୍ରମ କରାଯାଇଥିଲା| ଆଜିର ଏହି ଭବ୍ୟ କାର୍ଯ୍ୟ ରେ’ ଶ୍ରୀ ବାବାଜୀ ବିଶ୍ଵାଳ,, ଶ୍ରୀ ଲଲିତ ମୋହନ ପଣ୍ଡା, , ଶ୍ରୀନିବାସ ରାଓ, ଶରତ ବଳ, ପୂର୍ଣ୍ଣଚନ୍ଦ୍ର ରଥ, ଶରତ ଦାସ, ମଳୟ ଜେନା, ପ୍ରତିମା ପଣ୍ଡା, ମଧୁସ୍ମିତା ବିଶ୍ଵାଳ, ତନୁଶ୍ରୀ ଜେନା ରାମଚନ୍ଦ୍ର ପାଢ଼ୀ,କୃଷ୍ଚ ଚନ୍ଦ୍ର ଦାସ, ମନୋଜ ନାୟକ, ,ଚକ୍ରଧର ତ୍ରୀପାଠି, ଗୌରହରି ନାୟକ ଓ ବହୁ ଭକ୍ତ ଯୋଗଦେଇଥିଲେ |

Breaking News