ରିପୋର୍ଟ କାର୍ଡ / ପୁରୀ
ଆଜି ପୁରୀ ଏମାର ମଠାରୁ ରୂପା ଇଟା ମିଳିଛି | ଗତକାଲି ବହୁ ପୁରାତନ ମୂଲ୍ୟବାନ କାରୁକାର୍ଯ୍ୟ ପୂର୍ଣ୍ଣ ରୂପା ତାରକସିର ସାମଗ୍ରୀ ମିଳିଥିଲା | ଏମାର ମଠର ୪ନଂ କୋଠରୀରୁ ୮ ଖଣ୍ଡ ରୂପା ଇଟା ମିଳିଥିବା ଜଣାପଡ଼ିଛି। ଏହାସହ କିଛି ପିତ୍ତଳ ଗରା ମିଳିଛି। ୨୦୧୦ରେ ୪୭ ଖଣ୍ଡ ରୂପା ଇଟା ମହନ୍ତଙ୍କ ଦାୟିତ୍ୱରେ ଥିଲା । ୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ତ ରୂପା ଇଟା ବାହାରିଥିଲା । ତେଣୁ ସେବେଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଚ୍ଛିତ ଥିବା ନେଇ ଚର୍ଚ୍ଚା ହେଉଛି । ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସମୟରେ ପୁରାତନ ସାମଗ୍ରୀ ଓ ରୂପା ମିଳିଥିବା ସୂଚନା ମିଳିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..