ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କୱାରେଣ୍ଟିନ କେନ୍ଦ୍ରରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୫୨ ଲୋକାଲ କଣ୍ଟାକଟ କେସ ରହିଛି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୭୦୨ରେ ପହଂଚିଛି । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ବିଏମ୍ସିର ସୂଚନା ଅନୁସାରେ ଆଜି ଭୁବନେଶ୍ବରରେ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୨ ହଜାର ୩୨୦ରେ ପହଂଚିଛି। ଏଯାଏଁ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି। ଏବେ ୧୧୧୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରେ ଝାଡ଼ପଡା, ବଡ଼ଗଡ଼, ମଞ୍ଚେଶ୍ୱର ଏବଂ ଖଣ୍ଡଗିରି ଅଂଚଳରୁ ରହିଥିବା ନେଇ ଜଣାପଡିଛି |






More Stories
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..