ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଫଳ ବାଇପାସ୍ ସର୍ଜରୀ ପରେ ଆଜି ଏମ୍ସରୁ ଡିସ୍ଚାର୍ଜ ହେବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି । ଟ୍ବିଟ୍ କହିଛନ୍ତି, ‘ସର୍ଜରୀ ଶେଷ ହେବାପରେ ରାଷ୍ଟ୍ରପତି ଭବନ ଫେରିଛି । ଚିକିତ୍ସା କରିଥିବା ଏମ୍ସ ଏବଂ ଆର୍ମି ଆର୍ ଆର୍ ହସ୍ପିଟାଲର ଡାକ୍ତରୀ ଟିମ, ନର୍ସ ଏବଂ ମଙ୍ଗଳକାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।’ ସୂଚନା ଅନୁସାରେ- ମାର୍ଚ୍ଚ ୨୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଆର୍ମି ଆର୍ ଆର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ମାର୍ଚ୍ଚ ୩୦ ତାରିଖରେ ଏମ୍ସରେ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା ।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..