ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ଭଲ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ଧର୍ମପ୍ରିୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ପାଣ୍ଡିତ୍ୟ ପରିପ୍ରକାଶ ଘଟାଇପାରନ୍ତି।
ବୃଷ: ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। କାର୍ୟ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ: କାର୍ୟ୍ୟରେ ସଫଳତା ମିଳିବ। ସୁସମ୍ବାଦ ମିଳିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କୀର୍ତ୍ତିମାନ୍ ହେବେ। ବିବାଦରେ ବିଜୟୀ ହେବେ।
କର୍କଟ: ଭ୍ରମଣ ଶୁଭପ୍ରଦ ହେବ। କାର୍ୟ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସୌଭାଗ୍ୟ ସମ୍ପନ୍ନ ହେବେ। ସମ୍ମାନିତ ହୋଇ ପାରନ୍ତି। ଧନଯୁକ୍ତ ହେବେ।
ସିଂହ: ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହେବାର ସୂଚନା ମିଳୁଛି। ଅଯଥା ପାରିବାରିକ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନରେ ଅବସ୍ଥା ସୁଧୁରିବ।
କନ୍ୟା: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇ ସମୟ ଅନୁକୂଳ ଅଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟ ମିଳିପାରେ।
ତୁଳା: ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ୟ୍ୟବ୍ୟସ୍ତ ରହିବେ। ଶୁଭକାର୍ୟ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ବିଛା: ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖରେ ସୁଖୀ ହେବେ। ଶତ୍ରୁ ଦମନ କରିପାରନ୍ତି।
ଧନୁ: ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସେବା କାର୍ୟ୍ୟ ନିର୍ବିଘ୍ନରେ ସମ୍ପାଦନ କରିବେ। ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। ସ୍ଥିିତିପ୍ରଜ୍ଞ ହେବେ।
ମକର: ଶ୍ରମ ସାର୍ଥକ ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ କରଣୀୟ। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ।
କୁମ୍ଭ: କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ପାରଙ୍ଗମ ହେବେ। ଯାତ୍ରା ଶୁଭଦାୟକ ହେବ। ବିବିଧ ଧନଯୁକ୍ତ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ଧୈର୍ୟ୍ୟବାନ୍ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି।
ମୀନ: ଅଧିକ ରୋଜଗାରକ୍ଷମ ହେବେ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ସୁସମ୍ବାଦ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତ ହେବ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..