Report Card Odisha

| Daily Odia News

ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ତା ସହ ମହାବୀର ଜୟନ୍ତୀ। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି ଏକ ବଡ ପର୍ବ । ଓଡିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଓଡିଆ ନବବର୍ଷ ରୂପରେ ମଧ୍ଯ ଆଜିର ଦିନକୁ ପାଳନ କରାଯାଏ । ଆଜିର ଦିନରେ ମନ୍ଦିରରେ ପଣା ଓ ଛତୁଆ ଭୋଗ କରାଯାଏ । ପଣାସଂକ୍ରାନ୍ତି କୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି । ଆଜି ଘରେ ଘରେ ପଣା, ଛତୁଆ ଭୋଗ କରାଯାଏ । ବିଭିନ୍ନ ଜାଗା ଅଖାଡାରେ ହନୁମାନଙ୍କୁ କ୍ଷୀର, ଛେନା, କଦଳୀ, ଚିନି, ସର, ଅଳେଇଚ, ଗୁଜୁରାତିରେ ପ୍ରସ୍ତୁତ ପଣା ଏବଂ ଛତୁଆ ଆଦି ଭୋଗ କରାଯାଇ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥାଏ, ଯାହାକି ଶ୍ରୀକ୍ଷେତ୍ରର ନିଆର ପରମ୍ପରା । ଅନ୍ୟପଟେ ଆଜି ଓଡ଼ିଆ ନବବର୍ଷ ଉପଲକ୍ଷେ ନୂଆ ପଞ୍ଜିକା ପ୍ରଚଳନ କରାଯାଇଥାଏ । ପଞ୍ଜିକାରେ ତିଥି, ବାର, ପର୍ବପର୍ବାଣି, ଯାନିଯାତ୍ରା, ଶୁଭକର୍ମ, ଅଶୁଭ କର୍ମ ଆଦି ଲିପିବଦ୍ଧ କରାଯାଇଛି । ଏଥିରେ ସୂଯେର୍ୟାଦୟ, ସୂଯର୍ୟାସ୍ତ, ତିଥି ନକ୍ଷତ୍ର ସମ୍ପର୍କରେ ନିର୍ଭୁଲ ତଥ୍ୟ ରହିଥାଏ । ପଣା ସଂକ୍ରାନ୍ତି ପାଇଁ ଉତ୍ସବମୁଖର ସାରା ରାଜ୍ୟ । ହେଲେ ଏ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପଣା ସଂକ୍ରାନ୍ତି ପାଳିତ ହେବ। ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି ।

Breaking News