ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି ରାଜ୍ୟରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୩୩କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୩୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୯୫୩ ରହିଛି।ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୪୮, ବାଲେଶ୍ୱର ୬୭, ବରଗଡ଼ ୧୨୦, ଭଦ୍ରକ ୨୮, ବଲାଙ୍ଗୀର ୯୩, କଟକ ୧୧୭, ଦେଓଗଡ଼ ୧୨, ଢେଙ୍କାନାଳ ୫, ଗଜପତି ୩୧, ଗଞ୍ଜାମ ୭୦, ଜଗତସିଂହପୁର ୩୫, ଯାଜପୁର ୫୨, ଝାରସୁଗୁଡ଼ା ୫୫, କଳାହାଣ୍ଡି ୩୪, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୧୨, କେନ୍ଦୁଝର ୫୫, ଖୋର୍ଦ୍ଧା ୩୪୮, କୋରାପୁଟ ୧୨, ମାଲକାନଗିରି ୨, ମୟୁରଭଞ୍ଜ ୬୦, ନବରଙ୍ଗପୁର ୧୦୪, ନୟାଗଡ଼ ୧୯, ନୂଆପଡ଼ା ୧୦୪, ପୁରୀ ୭୦, ରାୟଗଡ଼ା ୨୭, ସମ୍ବଲପୁର ୧୨୦, ସୋନପୁର ୧୬ ସୁନ୍ଦରଗଡ଼ ୪୫୮, ଷ୍ଟେଟ୍ ପୁଲ୍ରୁ ୮୧ଜଣ ରହିଛନ୍ତି ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….