ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସବୈତନିକ ଛୁଟି ପାଇଁ ତାଇଵାନର ଜଣେ ଯୁବକ ବିଚିତ୍ର କାଣ୍ଡ ଭିଆଇଛନ୍ତି | ଏହି ଖବର ସାମ୍ନାକୁ ଆସିବା ପରେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନାନୁଯାୟ- ତାଇପେଇ ସ୍ଥିତ ଏକ ବ୍ୟାଙ୍କରେ କିରାଣି ଚାକିରି କରୁଥିବା ଉକ୍ତ ଯୁବକ ଜଣକ ଗତବର୍ଷ ଏପ୍ରିଲ ୬ରେ ପ୍ରଥମ ବିବାହ କରିଥିଲେ। ଏଥିପାଇଁ ତାଙ୍କୁ ୮ ଦିନ ଛୁଟି ମିଳିଥିଲା। ତେବେ ଛୁଟି ସରିବା ପରଦିନ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସହ ଦ୍ବିତୀୟ ବିବାହ ପାଇଁ ସବୈତିନିକ ଛୁଟି ଆବେଦନ କରିଥିଲେ। ଏହିପରି ଭାବେ ସେ ସମାନ ମହିଳାଙ୍କୁ ୪ ଥର ବିବାହ କରିବା ଏବଂ ପ୍ରଥମ ବିବାହର ୩୭ ଦିନ ଭିତରେ ତୃତୀୟ ଛା଼ଡ଼ପତ୍ର ଦେଇଥିବା ଏବେ ଜଣାଯାଇଛି। ଏଭଳି ବ୍ୟବସ୍ଥା ସେଠାରେ ଆଇନସମ୍ମତ ଥିବାରୁ ସେ ଏହି ଛୁଟି ହାସଲ ପାଇଁ ଏପରି କରିଥିଲେ। ଯୁବକ ଜଣକ ମୋଟ ୪ଟି ବିବାହ ନିମିତ୍ତ ୩୨ ଦିନର ଛୁଟି ପାଇଁ ଆଦେବନ କରିଥିଲେ। ତେବେ ବ୍ୟାଙ୍କ ଏ ସବୁ କଥା ଜାଣିପାରି ତାଙ୍କୁ କେବଳ ପ୍ରଥମ ବିବାହ ପାଇଁ ୮ ଦିନର ଛୁଟି ମଞ୍ଜୁର କରିଥିଲେ। ଏହା ବିରୋଧରେ ସେ ତାଇପେଇ ସହର ଶ୍ରମିକ ବ୍ୟୁରୋରେ ଶରଣ ପଶିଥିଲେ। ତେବେ ଏପରି ଅନୁଚିତ ଛୁଟି ହାସଲ ପାଇଁ ଉକ୍ତ ବ୍ୟାଙ୍କ କିରାଣୀଙ୍କ ଆଚରଣ ଅନୈତିକ ହୋଇଥାଇପାରେ। ମାତ୍ର ତାଙ୍କୁ ଦର୍ଶାଯାଇଥିବା କାରଣ ପାଇଁ ଛୁଟି ନଦେଇ ସଂପୃକ୍ତ ବ୍ୟାଙ୍କ ଶ୍ରମିକ ଆଇନର ଉଲ୍ଲଂଘନ କରିଛି ବୋଲି ବ୍ୟୁରୋ ଟିପ୍ପଣୀ କରିବା ସହ ଜରିମାନା କରିଥିଲେ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..