ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟରେ ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର କାଠ ହୋଇଛନ୍ତି | ଏଭଳି ସମୟରେ ସଂକ୍ରମଣ ରୋକିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରାଜ୍ୟରେ ଥିବା ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ଥଳଗୁଡିକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଆଜି ଠାରୁ ଆସନ୍ତା ମେ ୧୫ ଯାଏଁ କୋଣାର୍କ, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଆଦି କୀର୍ତ୍ତିରାଜିକୁ ବନ୍ଦ ରଖାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହାସହ ଆଜି ସକାଳୁ କୋଣାର୍କ ମନ୍ଦିରକୁ ଆସିଥିବା ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରିଛନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..