Report Card Odisha

| Daily Odia News

ପ୍ରତେକ ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଛି | ଏହି ସମୟରେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବନ୍ଦ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ଆଜି ଛତିଶାନିଯୋଗ ବୈଠକ ହୋଇଥିଲା । ଏହି ବୈଠକ ପରେ ଶ୍ରୀମନ୍ଦିର ଦର୍ଶନ ନେଇ ଏସୋପି କଡାକଡି କରାଯାଇଛି | ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଜଗା ଦର୍ଶନ । ଶନିବାର ଓ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ । କରୋନା ସ୍ଥିତିକୁ ନେଇ ଚାଲିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଏହାସହ ଏଣିକି ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିମ୍ବା ଦୁଇ ପର୍ଯ୍ୟାୟ ଟିକା ନେଇଥିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ ।

Breaking News