ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଦେଶରେ ୨୪ ଘଂଟା ମଧ୍ୟରେ ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୧୦୪ ଜଣ ପ୍ରାଣ ନେଇଛି କରୋନା । ଏହି ମୃତକଙ୍କୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍ କେସ୍- ୨୨,୯୧,୪୨୮ ଥିବା ବେଳେ ସୁସ୍ଥ ହେଲେଣି- ୧,୩୪,୫୪,୮୮୦ ଜଣ ସଂକ୍ରମିତ। ଏଯାବତ ଦେଶରେ ୧୩,୨୩,୩୦,୬୪୪ ଡୋଜ୍ ଟିକାକରଣ ହୋଇଥିବା ନେଇ ମିଳିଛି ସୂଚନା। ଚଳିତ ବର୍ଷ ଜାନୁଆରୀ ୮ ରେ ୩,୦୭,୫୮୧ ଜଣ ଆମେରିକାରେ ଦୈନିକ କରୋନାରେ ସଂକ୍ରମିତ ହୋଇଥିଲେ। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ। ଦ୍ୱିତୀୟରେ ଭାରତ ପରେ ବ୍ରାଜିଲ ରହିଛି। ହେଲେ ଏବେ ଭାରତରେ ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ହୋଇଛନ୍ତି କରୋନା ସଂକ୍ରମିତ। ଯାହାକି ଆମେରିକା ତୁଳନାରେ ଅଧିକ ରହିଛି। ମହାମାରୀ କରୋନା ଆସିବା ଦିନଠାରୁ ସାରା ବିଶ୍ୱରରେ କୌଣସି ଗୋଟିଏ ଦିନରେ ଏତେ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଆଉ ଭାରତରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ଆଜି ରହିଛି ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..