ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ହୋଇଛି। ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୂର୍ବ ବର୍ଷ ଭଳି ହାଟ ଗୁଡ଼ିକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କ ମଧ୍ୟରୁ ହାଟ ହେଉଛି ଅନ୍ୟତମ। ସୋମବାରଠାରୁ ୟୁନିଟ-୧ ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହେବ। ସେହିଭଳି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର ହେବ। ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ପ୍ଲେକ୍ସକୁ ଉଠିଯିବ ବୋଲି ବିଏମସି ପକ୍ଷରୁ ସ୍ଥିର ହୋଇଛି । ତେବେ ଗୁରୁବାର ଦିନ ୟୁନିଟ-୪ ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠିସାରିଛି। ଗତ ବର୍ଷ ମଧ୍ୟ ଏଭଳି ନିଷ୍ପତି ନିଆଯାଇଥିଲା। ହାଟ ଗୁଡ଼ିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରାଗଲେ ଗୋଟିଏ ସ୍ଥାନରେ ଲୋକଙ୍କ ଭିଡ଼ କମ୍ ରହିବ। ଯାହା ଫଳରେ ସଂକ୍ରମଣ ଆଶଙ୍କା କମିବ ବୋଲି ଆଶା କରାଯାଉଛି।






More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……