ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡିକ ଗ୍ରହକ ସେବାରେ ସମୟରେ ପରିବର୍ତ୍ତନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ଆଜିଠାରୁ ବ୍ୟାଙ୍କ ଗୁଡିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗ୍ରାହକ ସେବା ଯୋଗାଇବେ। ରାଜ୍ୟସ୍ତରୀୟ ବ୍ୟାଙ୍କସମୂହ ବୈଠକ ଏହି ନିଷ୍ପତ୍ତି ନେଇଥିବା ଆବାହକ ଅରୂପାନନ୍ଦ ଜେନା ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ସବୁ ବ୍ୟାଙ୍କ ମହାପ୍ରବନ୍ଧକଙ୍କୁ ଆଜି ପ୍ରଦାନ କରାଯାଇଛି। ଦ୍ବିତୀୟ ଲହର ଅତ୍ୟନ୍ତ ସାଂଘାତିକ ଥିବାରୁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏବେ ସଂକ୍ରମିତ ହେଲେଣି। ଏସବୁ ସତ୍ତ୍ବେ ଗ୍ରାହକମାନେ କିଭଳି ନିରାଶ ନ ହେବେ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବ୍ୟାଙ୍କିଙ୍ଗ ସେବା ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ହେଲେ ଗ୍ରାହକ ସେବା ୨ଟା ପର୍ଯ୍ୟନ୍ତ ମିଳିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ, ହେଲେ ଯେଉଁଠାରେ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ଅତି କମରେ ୫ଜଣ କର୍ମଚାରୀ ରହିବାକୁ ପଡ଼ିବ। ବ୍ୟାଙ୍କ ସମୟରେ ସମସ୍ତେ ଯେପରି ତୁଣ୍ଡି (ମାସ୍କ) ଭିଡ଼ନ୍ତି ଏବଂ ସାମାଜିକ ଦୂରତା ବଜାୟ ରଖିବା ସହିତ କରୋନା ମାର୍ଗଦର୍ଶିକା ପାଳନ କରନ୍ତି ତାକୁ ଗୁୁରୁତ୍ବ ଦେବାକୁ ହେବ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….