ରିପୋର୍ଟ କାର୍ଡ / ପୁରୀ
ଯାତ୍ରା ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତଙ୍କ ଦେହାନ୍ତ ହୋଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତଙ୍କ ଘର । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡାରୁ ଭଳି ବହୁ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି।
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….