ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶା ପହଞ୍ଚିବ ଆଉ ୯୦ ହଜାର କୋଭିସିଲ୍ଡ ଟିକା I ଗତକାଲି ୬୧୭ ଟୀକା କରଣ କେନ୍ଦ୍ରରେ ଟୀକାକରଣ ହୋଇଥିଲା । ୬୫ ହଜାର ୭୭୬ଜଣଙ୍କୁ ଟୀକା କରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି । ଯାଜପୁର ଓ କେନ୍ଦୁଝରରେ ଆଜି ଟିକା କରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକା କରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩ .୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ଟିକା କରଣ ପାଇଁ ଆଜିଠୁ ଆରମ୍ଭ ହେଉଛି ପଞ୍ଜିକରଣ ବ୍ୟବସ୍ତା । ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..