ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି | ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ଆଜିଠୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପ୍ଲେକ୍ସକୁ ଯାଇ ପାରିବେନି । କେବଳ ବିଏମସି କର୍ମଚାରୀଙ୍କୁ ମିଳିବ ଅନୁମତି । କୋର୍ଟ କାର୍ଯ୍ୟ ଅନଲାଇନରେ ହେଉଥିବା ବେଳେ ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଫଳରେ କୋର୍ଟ କମ୍ପ୍ଲେକ୍ସ ମେ’ ୫ ଯାଏ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ । ଏହି ସମୟରେ କୋର୍ଟ ପରିସରକୁ ବିଶୋଧନ କରାଯିବ ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……