ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜିଙ୍କର ଆଜି କରୋନାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୯ ରୁ ୨୦୦୪ ଯାଏଁ ସେ ଆଟର୍ଣ୍ଣି ଜେନେରାଲ ରହିଥିଲେ । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ୧୯୩୦ ମସିହାରେ ବମ୍ୱେରେ ଜନ୍ମଗ୍ରହଣ କରିଥିଲେ ସୋରାବାଜି । ୧୯୫୩ରେ ସେ ଆରମ୍ଭ କରିଥିଲେ ତାଙ୍କ ଓକିଲାତି କ୍ୟାରିଅର । ପରେ ୧୯୭୧ରେ ସୁପ୍ରିମକୋର୍ଟରେ ସିନିଅର କାଉନସିଲର ଭାବେ ଯୋଗଦେଇଥିଲେ । ଦେଶର ନାମିଦାମୀ ଆଇନଜୀବୀଙ୍କ ସହ ତା ନାଁ ଯୋଡି ହୋଇଥିଲା । ସାତ ଦଶନ୍ଦି ଧରି ଓକିଲାତି ସହ ଡଜିତ ଥିବା ସୋଲି ସୋରାବାଜିଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ଗତ କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।






More Stories
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..