ରିପୋର୍ଟ କାର୍ଡ / କଟକ
କଟକ ସହରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରୋନା କଟକଣା ଲାଗୁ କରାଯାଉଛି। କିନ୍ତୁ ଲୋକେ କଟକଣା ମାନିବାକୁ ନାରାଜ | ମୁହଁରେ ମାସ୍କ ଦେଉନଥିବା ବେଳେ ସାମାଜିକ ଦୂରତାକୁ ଫୁ ମାରିଛନ୍ତି | କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଆସନ୍ତା ସୋମବାର ରୁ ୧୮ ତାରିଖ ପର୍ଯ୍ୟନ୍ତ ସକାଳୁ ଅପରାହ୍ନ ୨ଟା ଯାଏଁ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲା ରହିବ । ଦିନ ୨ଟା ପରେ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଓ କିଛି ଜରୁରୀକାଳୀନ ସେବା ଜାରି ରହିବ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।
More Stories
ଅନୁପ ବେହେରା ହତ୍ୟାକାଣ୍ଡ ମାମଲା:୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ…..
ଟ୍ରେନ୍ରେ ନିଆଁ…..
ରାଜା ଚକ୍ର ଙ୍କ ଘରେ ପୁଣି ଇଓଡବ୍ଲୁ ଚଢାଉ…..