ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରୁ ଆମେରିକାକୁ ବିମାନ ଉଡାଣ ଉପରେ ଲାଗିଲା ରୋକ । ଆସନ୍ତା ୪ରୁ ଆମେରିକାକୁ ଭାରତରୁ ବିମାନ ଯାତ୍ରା କରିବ ନାହିଁ | ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ ହାଉସ ମୁଖପାତ୍ର ଜେନ ସାକି ତାଙ୍କ ବୟାନରେ ଏହି ସୂଚନା ଦେଇଛନ୍ତି । ଆମେରିକା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଏହି କଟକଣା ଜାରି କରାଯାଇଛି । ଭାରତରେ କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିମାନ ଯାତ୍ରା ବନ୍ଦ ନେଇ କଟକଣା ଜାରି କରାଯାଇଥିବା କହିଛନ୍ତି ଜେନ ସାକି | ଏହା ପୁର୍ବରୁ ଥାଇଲାଣ୍ଡ ଭାରତରୁ ପାସେଂଜର ଯାତ୍ରାକୁ ନେଇ କଟକଣା ଜାରି କରିଥିଲା । ଆଜିଠାରୁ ଥାଇଲାଣ୍ଡକୁ ଯାତ୍ରା କରୁଥିବା ଭାରତୀୟଙ୍କ ଯାତ୍ରା ଉପରେ କଟକଣା ରହିଛି । ମେ ୧, ୧୫ ତାରିଖ ଏବଂ ୨୨ ତାରିଖରେ ଦିଲ୍ଲୀରୁ ଥାଇଲାଣ୍ଡର ବ୍ୟାଙ୍କକ ବିମାନ ଯାତ୍ରା କରୁଥିବାବେଳେ ଏଠାରୁ ଅଣଥାଇଲାଣ୍ଡ ନାଗରିକଙ୍କ ଯାତ୍ରା ଲାଗି ଅନୁମତି ଦିଆଯାଇନାହିଁ । ସେପଟେ ଗତକାଲି ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ ବୋଲି ସୂଚନା ମିଳିଛି |






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….