Report Card Odisha

| Daily Odia News

ଦେଶରେ ଆଜି ୪, ୧ ,୯୯୩ ନୂଆ ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କଲେ ମଧ୍ୟ ମହାମାରୀ ଥମିବାର ନାଁ ନେଉନି। ଗତ ୨୪ ଘଂଟା ମଧ୍ୟରେ ଦେଶର ୪ ଲକ୍ଷ ୧ ହଜାର ୯୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି| ଏହି ଅକ୍ରାଙ୍କଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯କୁ ବୃଦ୍ଧି ପାଇଛି। ଆଜି ୩ ହଜାର ୫୨୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ୨ ଲକ୍ଷ ୧୧ ହଜାର ୮୫୩ରେ ପହଂଚିଛି। ଅନ୍ୟପକ୍ଷରେ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୯୯ ହଜାର ୯୮୮ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଆରୋଗ୍ୟ ହାର ୮୧.୮୪%କୁ ବୃଦ୍ଧି ପାଇଛି। ଏବେ ଦେଶରେ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୯୮ ହଜାର ୪୮୨ ବୃଦ୍ଧି ଘଟିବା ଫଳରେ ମୋଟ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୩୨ ଲକ୍ଷ ୬୮ ହଜାର ୭୧୦କୁ ବୃଦ୍ଧି ପାଇଛି।

Breaking News