ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା କୋଭିଡ ଯୁଦ୍ଧରେ ନିୟୋଜିତ ସାମ୍ବାଦିକଙ୍କ ଦାବି ଶେଷରେ ପୂରଣ ହୋଇଛି । ରୋନାରେ ଦେହାନ୍ତ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ଏହାଦ୍ୱାରା ରାଜ୍ୟର ୬ହଜାର ୯୪୪ ସାମ୍ବାଦିକ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । ମହାମରୀ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ କରୋନା ସଚେତନତା ସଂପର୍କିତ ଖବର ପହଞ୍ଚାଉଛନ୍ତି ସାମ୍ବାଦିକ । ଏଭଳି କଠିନ ସମୟରେ କରୋନା ମହାମାରୀ ମୁକାବିଲାରେ ସେମାନଙ୍କର ଯଥେଷ୍ଟ ଅବଦାନ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସରକାର ୨ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି |
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….