ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ସଫଳତା ପାଇଛି | ମେ’ ୭ ତାରିଖରେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନିର୍ବାଚନରେ ବିଜୟୀ ପରେ ଷ୍ଟାଲିନ୍ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଶପଥ ଗ୍ରହଣ ସମାରୋହର ତାରିଖ ଘୋଷଣା କରିବେ ଏବଂ ନିର୍ବାଚନ ପ୍ରତିଶ୍ରୁତିକୁ ଧିରେ ଧିରେ ପୂରଣ କରିବେ । ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଏମ କେ ଷ୍ଟାଲିନ୍ ଏବଂ ଡିଏମକେକୁ ଅଭିନନ୍ଦନ । ଜାତୀୟ ପ୍ରଗତିକୁ ଆଗକୁ ନେବା, ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବା ଏବଂ କୋଭିଡ୍-୧୯ ମହାମାରୀକୁ ପରାସ୍ତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବା । ଷ୍ଟାଲିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ମେଣ୍ଟକୁ ନିର୍ବାଚନରେ ଜିତାଇ ଥିବାରୁ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଆମେ ଧୀରେ ଧୀରେ ଆମ ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବୁ । ସେ କହିଛନ୍ତି ଯେ, ସମସ୍ତ ଜାତୀୟ ନେତାଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ।ମୁଁ ସେମାନଙ୍କ ପରାମର୍ଶକୁ ଧ୍ୟାନରେ ରଖି କାମ କରିବି ।
More Stories
ମୋଦୀଙ୍କୁ ଚାଲେଞ୍ଜ ଦେଲେ ଦିଦି,ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର…..
ଶଶି ଥରୁରଙ୍କ ମୁହଁତୋଡ଼ ଜବାବ…..
୨ ବିଧାୟକଙ୍କୁ ବହିଷ୍କାର କଲା ବିଜେପି….