ରିପୋର୍ଟ କାର୍ଡ / ରାୟପୁର
ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ବିଳାସପୁର ଅଞ୍ଚଳରେ । ହୋମିଓପାଥି ଔଷଧ ଖାଇ ଏଭଳି ଅଘଟଣ ଘଟିଥିବା ନେଇ ଚିକିତ୍ସିତ ହେଉଥିବା ଗୁରୁତରମାନେ କହିଥିବା ନେଇ ଡାକ୍ତରଖାନାର ମୁଖ୍ୟ ଅଧିକାରୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାର ତଦନ୍ତ ଚଳାଇଛି । ସିଏମଓ କହିଛନ୍ତି ଯେ, ଏହି ପରିବାରର ଲୋକମାନେ ହୋମିଓପାଥି ଔଷଧ ଖାଇଥିଲେ। ଏହା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ଭିତରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତମାନେ ଡ୍ରୋସେରା ୩୦ ନାମକ ଏକ ହୋମିଓପାଥି ଔଷଧ ଖାଇଥିଲେ। ଯେଉଁଥିରେ ୯୧ ପ୍ରତିଶତ ଆଲକୋହଲ ମିଶାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଔଷଧ ଦେଇଥିବା ଡାକ୍ତର ଫେରାର ଅଛନ୍ତି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..