ରିପୋର୍ଟ କାର୍ଡ / ରାୟପୁର
ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ବିଳାସପୁର ଅଞ୍ଚଳରେ । ହୋମିଓପାଥି ଔଷଧ ଖାଇ ଏଭଳି ଅଘଟଣ ଘଟିଥିବା ନେଇ ଚିକିତ୍ସିତ ହେଉଥିବା ଗୁରୁତରମାନେ କହିଥିବା ନେଇ ଡାକ୍ତରଖାନାର ମୁଖ୍ୟ ଅଧିକାରୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାର ତଦନ୍ତ ଚଳାଇଛି । ସିଏମଓ କହିଛନ୍ତି ଯେ, ଏହି ପରିବାରର ଲୋକମାନେ ହୋମିଓପାଥି ଔଷଧ ଖାଇଥିଲେ। ଏହା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ଭିତରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତମାନେ ଡ୍ରୋସେରା ୩୦ ନାମକ ଏକ ହୋମିଓପାଥି ଔଷଧ ଖାଇଥିଲେ। ଯେଉଁଥିରେ ୯୧ ପ୍ରତିଶତ ଆଲକୋହଲ ମିଶାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଔଷଧ ଦେଇଥିବା ଡାକ୍ତର ଫେରାର ଅଛନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..