ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣକୁ ହରାଇବା ପାଇଁ ସଂଜୀବନୀ ସାଜିଛି ଟିକା | ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ରୁଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଭି | ଏନେଇ ଆଜି ନିତି ଆୟୋଗ ସଦସ୍ୟ ଭି.କେ. ପଲ ସୂଚନା ଦେଇଛନ୍ତି। କିଛିଦିନ ତଳେ ଭାରତ ସରକାର ଏହି ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହା ପରେ ରୁଷରୁ ୧୫ ଲକ୍ଷ ପାନ ଟିକା ଆସିଥିଲା। ଆସନ୍ତା ଜୁଲାଇ ମାସରୁ ସ୍ପୁଟନିକ ଭି ଟିକା ଭାରତରେ ଉତ୍ପାଦିତ ହେବ। ଭାରତ ୧୫ କୋଟି ୬୦ ଲକ୍ଷ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ୫ ମାସ ମଧ୍ୟରେ ଏହି ପରିମାଣର ଟିକା ଭାରତରେ ପ୍ରସ୍ତୁତ ହେବ ଏବଂ ଭାରତରେ ବ୍ୟବହାର ହେବ ବୋଲି ପଲ୍ କହିଛନ୍ତି।






More Stories
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..
CJP ଆଗରେ ନଇଁଲେ ସରକାର!….
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……