Report Card Odisha

| Daily Odia News

ଆଜି ଗୁଜରାଟ ଓ ଡିୟୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାତ୍ୟା ତାଉତେ ଗୁଜରାଟ ଓ ଡିୟୁ ରେ ତାଣ୍ଡବ ରଚିଛି | ସ୍ଥିତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଓ ଡିୟୁ ଗସ୍ତ କରିବେ। ପ୍ରଥମେ ଦିଲ୍ଲୀରୁ ଭାବନଗର ଯିବେ । ପରେ ସେଠାରୁ ସେ ଉନା, ଡିୟୁ, ଜାଫାରାବାଦ ଏବଂ ମହୁଆ ପ୍ରଭୁତି ଅଞ୍ଚଳକୁ ବିମାନ ଯୋଗେ ସର୍ଭେ କରିବେ । ସେଠାରୁ ଫେରିବା ପରେ ଆମେ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ କରିବେ । ଗୁଜରାଟରେ ତାଉତେ ପାଇଁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ୫୯୫୧ଟି ଗାଁରେ ବିଦ୍ୟୁତ ସରବରାହ ନଷ୍ଟ ହୋଇଥିବାବେଳେ ୧୬୦୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ୪୦ ହଜାରରୁ ଅଧିକ ଗଛ ଏବଂ ୭୦ ହାଜରରୁ ଅଧିକ ବିଦ୍ୟୁତ ପୋଲ ଉପୁଡ଼ି ଯାଇଛି । ତାଉତେ ସିନା ଚାଲିଯାଇଛି ହେଲେ ପଛରେ ଛାଡିଯାଇଛି ଅନେକ ବିନାଶର ଛାପ । ଯେଉଁଥିରେ ଭଜନଗର, ରାଜକୋଟ, ପାଟନ, ଆମ୍ରେଲି ଏବଂ ଭାଲସାଦ ସମେତ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ଅତି କମରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।

 

Breaking News