ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହେଲେ ଏବେ ପର୍ଯ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ-ପକ୍ଷୀମାନଙ୍କୁ ଘରେ ବସି ଭର୍ଚୁଆଲି ଦେଖିପାରିବେ। ଲକଡାଉନ ସମସ୍ତେ ଘର ଭିତରେ ରହୁଥିବା ବେଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । କର୍ତ୍ତୃପକ୍ଷ ପ୍ରାଣୀ ଏବଂ ପକ୍ଷୀମାନଙ୍କର କିଛି ଭିଡିଓ ଫୁଟେଜକୁ ସୋସିଆଲ ମିଡିଆ ସହ ପ୍ରାଣୀ ଉଦ୍ୟାନର ୱେବସାଇଟରେ ଅପଲୋଡ୍ କରିଛନ୍ତି। ଅପଲୋଡ୍ ହୋଇଥିବା ଭିଡିଓ ଗୁଡ଼ିକରେ ଭାଲୁ ପାଣିରେ ଖେଳିବା ଏବଂ ଲଢେଇ କରିବା, ବାଘ ଛୁଆ, ହରିଣ, କୁମ୍ଭୀର ଏବଂ ରଙ୍ଗୀନ ପକ୍ଷୀ ଦେଖିବାକୁ ମିଳିଥିଲା।
More Stories
ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ…..
ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା……
ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..