ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହେଲେ ଏବେ ପର୍ଯ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ-ପକ୍ଷୀମାନଙ୍କୁ ଘରେ ବସି ଭର୍ଚୁଆଲି ଦେଖିପାରିବେ। ଲକଡାଉନ ସମସ୍ତେ ଘର ଭିତରେ ରହୁଥିବା ବେଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । କର୍ତ୍ତୃପକ୍ଷ ପ୍ରାଣୀ ଏବଂ ପକ୍ଷୀମାନଙ୍କର କିଛି ଭିଡିଓ ଫୁଟେଜକୁ ସୋସିଆଲ ମିଡିଆ ସହ ପ୍ରାଣୀ ଉଦ୍ୟାନର ୱେବସାଇଟରେ ଅପଲୋଡ୍ କରିଛନ୍ତି। ଅପଲୋଡ୍ ହୋଇଥିବା ଭିଡିଓ ଗୁଡ଼ିକରେ ଭାଲୁ ପାଣିରେ ଖେଳିବା ଏବଂ ଲଢେଇ କରିବା, ବାଘ ଛୁଆ, ହରିଣ, କୁମ୍ଭୀର ଏବଂ ରଙ୍ଗୀନ ପକ୍ଷୀ ଦେଖିବାକୁ ମିଳିଥିଲା।






More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..