Report Card Odisha

| Daily Odia News

ରାଜ୍ୟରେ ଆଜି ୮,୮୩୯ କରୋନା ଆକ୍ରାନ୍ତ ଚିହ୍ନଟ,୪୨ ଆକ୍ରାନ୍ତ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୮,୮୩୯ କରୋନା ଆକ୍ରାନ୍ତ ଚିହ୍ନଟ | ଏଥିମଧ୍ୟରୁ ୪,୯୪୮ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୩,୮୯୧ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେହପରି ୨୪ ଘଣ୍ଟା ମଧ୍ୟରେ ୪୨ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି। ଆଜି ବି ତାଲିକାର ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରୁ ଚିହ୍ନଟ ହୋଇଛନ୍ତି ୧,୨୩୫ ଜଣ କରୋନା ରୋଗୀ। ସେହିପରି ଅନୁଗୁଳରୁ ୪୧୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୯୫, ବରଗଡରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, କଟକରୁ ୭୬୯, ଦେବଗଡରୁ ୮୪, ଢେଙ୍କାନାଳରୁ ୫୧୦, ଗଜପତିରୁ ୫୨, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୩୧୭, ଯାଜପୁରରୁ ୪୯୩, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମାଲକାନଗିରିରେ ୮୫, ମୟୂରଭଞ୍ଜରେ ୫୮୩, ୧୨୯, ନୟାଗଡରେ ୨୪୬, ପୁରୀରେ ୪୩୮, ରୟଗଡାରେ୨୧୬, ସମ୍ବଲପୁରରେ ୧୯୪, ସୋନପୁରରେ ୧୧୮, ସୁନ୍ଦରଗଡରେ ୩୩୮ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜି ରାଜ୍ୟରେ ୧୦,୫୯୪ ଜଣ କରୋନା ମୁକ୍ତ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୯୦,୯୭୦ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୭,୦୨,୬୨୧। ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୮୫,୪୨୩।

Breaking News