ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇ ବନ୍ଧା ହେଲେ ଯୁବକ। ଏହି ଯୁବକ ଜଣକ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ ପୋଲିସକୁ ମୋଦୀଙ୍କୁ ମାରିବାକୁ ଚାହଉତିବା ଧମକ ଦେଇଥିଲା। ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଡାକରା ପରେ ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରୁ ଗିରଫ କରି ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା। ପଚରାଉଚରା ବେଳେ ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଜାମିନରେ ମୁକୁଳିବା ପରେ ବି ଜେଲ ଯିବାକୁ ଚାହୁଁଥିବାରୁ ସେ ଏହି କଲ କରିଛନ୍ତି। ସଲମାନଙ୍କ ବିରୋଧରେ ଅନେକ ମାମଲା ରହିଛି ଏବଂ ଜାମିନରେ ଆସିଥିବା ପୋଲିସ ଜାଣିବାକୁ ପାଇଛି।






More Stories
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..