ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ କରିଛି ସୋସିଆଲ ମିଡିଆ କମ୍ପାନୀ । ଅର୍ଥାତ୍ ଟ୍ରମ୍ପ ୨୦୨୩ ପର୍ଯ୍ୟନ୍ତ ତାଙ୍କ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ । ଏହା ସହିତ ଭବିଷ୍ୟତରେ ଫେସବୁକର ନିୟମ ଭାଙ୍ଗୁଥିବା ନେତାଙ୍କ ପ୍ରତି କିପରି ବ୍ୟବହାର କରାଯିବ ବୋଲି ଫେସବୁକ ମଧ୍ୟ ଘୋଷଣା କରିଛି। ଫେସବୁକ କହିଛି ଯେ ଜାନୁଆରୀ ୭ ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବା ସହ ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଜାନୁଆରୀ ୭ରେ ପ୍ରଥମ ଥର ପାଇଁ ରାଜଧାନୀରେ ଦଙ୍ଗା ହୋଇଥିବା ବେଳେ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ଫେସବୁକର ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ କମିଯିବା ପରେ ହିଁ ଏହି ପ୍ରତିବନ୍ଧକ ହଟାଯିବ। ଟ୍ରମ୍ପ ତାଙ୍କ ଫେସବୁକ ନିଲମ୍ବନ ବିଷୟରେ କହିଥିଲେ ଯେ ଏହା ତାଙ୍କୁ ଭୋଟ୍ ଦେଇଥିବା ଆମେରିକାର ଲୋକଙ୍କ ପାଇଁ ଏହା ଏକ ଅବମାନନା । ଶୁକ୍ରବାର ଦିନ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦେଇଥିବା ୭୫ ମିଲିୟନ ଲୋକଙ୍କ ପ୍ରତି ଫେସବୁକର ଏହି ନିଷ୍ପତ୍ତି ଏକ ଅସମ୍ମାନ । ଆମକୁ ସେନ୍ସର ଏବଂ ଚୁପ୍ କରିବା ପାଇଁ ଫେସବୁକ୍ ଏସବୁ କରିବା ଉଚିତ୍ ନୁହେଁ । ଶେଷରେ ବିଜୟ ଆମର ହେବ । ଆମ ଦେଶ ଆଉ ଅପମାନକୁ ସହ୍ୟ କରିପାରିବ ନାହିଁ ।
More Stories
୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ…..
୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି…..
ଖାର୍ଗେଙ୍କୁ କ୍ଷମା ମାଗିଲେ ନଡ୍ଡା…..