Report Card Odisha

| Daily Odia News

କରୋନାରେ ଆଖି ବୁଝିଲା ସିଂହ…..

ରିପୋର୍ଟ କାର୍ଡ / ଚେନ୍ନାଇ

ମହାମାରୀ କରୋନା ବିଶ୍ୱବାସୀଙ୍କୁ କବଳିତ କରିରଖିଛି | କେବଳ ମଣିଷ ମାନେ କରୋନା ସଂକ୍ରମିତ ହେଉଛନ୍ତି ତାହା ନୁହେଁ | ଏବେ ମଣିଷ ପରେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ ଏସିଆଟିକ୍ ପ୍ରତାଜିର ସିଂହର କରୋନାରେ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ ଅଧିକାରୀ । ମଣିଷ ପରେ ପ୍ରାଣୀଙ୍କୁ କରୋନା !ମୃତ ସିଂହର ନାଁ ନୀଳା । ତାର ବୟସ ୯ବର୍ଷ । କରୋନା ସଂକ୍ରମିତ ହୋଇ ବୁଧବାର ଆଖି ବୁଜିଛି ସିଂହ ନୀଳା । ପ୍ରଥମ ଥର ତାମିଲନାଡୁରେ କୌଣସି ସିଂହ କରୋନାରେ ମୃତ୍ୟୁବରଣ କରିଛି । ସେଠାରେ ଥିବା ୧୧ଟି ସିଂହ ମଧ୍ୟରୁ ୯ ଜଣ ସିଂହ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ସ୍ୱାବ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ସିଂହଙ୍କ ପାଖରେ କରୋନା ଭଳି ଲକ୍ଷଣ ଗତ ୨୬ ତାରିଖରେ ସିଂହମାନଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ସଫାରୀରେ ଥିବା କିଛି ସିଂହ ଦୁର୍ବଳ ଅନୁଭବ କରିବା ସହ ଖାଦ୍ୟ ଖାଇବାକୁ ଇଚ୍ଛା ନହେବା ଓ କାଶ ହେବା ଭଳି ଲକ୍ଷ୍ଣ ଦେଖିଥିଲେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଏବେ ସମସ୍ତ ସିଂହଙ୍କ ଉପରେ ପ୍ରାଣୀ ଚିକିତ୍ସିକଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛି । ରାଞ୍ଚିରେ ଜ୍ୱର ହେବାରୁ ବାଘର ମୃତ୍ୟୁ ସେପଟେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ଚିଡ଼ିଆଖାନାରେ ଗୋଟିଏ ୧୦ ବର୍ଷୀୟ ବାଘ ଶିବା ବି ଜ୍ୱର ଓ ସଂକ୍ରମଣରେ ମୃତ୍ୟୁବରଣ କରିଛି । କରୋନା ସଂକ୍ରମଣ ଆଶଙ୍କା କରି ରାପିଡ୍ ଆଣ୍ଟିଜେନ୍ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଜଞ-ଚଉଜ ଟେଷ୍ଟ ପାଇଁ ନମୁନା ଆଇବିଆରଆଇ ବରେଲୀ ପଠାଯାଇଛି ।

Breaking News