ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ପହିଲି ରଜ | ଓଡ଼ିଶାର ଗଣପର୍ବ ଏବଂ କୃଷିଭିତ୍ତିକ ପର୍ବ ହେଉଛି ରଜ ପର୍ବ | ଆଜି ’ରଜ ପର୍ବ’ ପାଇଁ ସାରା ରାଜ୍ୟ ଉତ୍ସବ ମୁଖ | ମାତ୍ର ଚଳିତ ବର୍ଷ ରଜ ମଉଜକୁ ଟିକିଏ ଫିକା କରିଛି କରୋନା ମହାମାରୀ | ପାରମ୍ପରିକ ରଜ ପର୍ବ ପାଇଁ ଗାଁରୁ ସହର, ଚାରିଅଡେ ଆଜି ଉତ୍ସବର ପରିବେଶ । ଘରେ ଘରେ ଏବେ ପୋଡ ପିଠା ଓ ରଜ ପାନର ଆସର ଜମିଛି । କୁଆଁରୀ ଝିଅ ମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ନୂଆ ପୋଷାକରେ ଗାଁ ଗାଁ ବୁଲିବା ସହିତ ରଜ ଦୋଳି ଖେଳ ଓ ଗୀତର ସ୍ବର ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି । କରୋନା ମହାମାରୀ ପାଇଁ ସଭିଁଏଁ ଘରେ ରହି ପିଠା ଖାଇ ରଜ ପାଳନ କରୁଛନ୍ତି।






More Stories
ପବନ ସହ ପ୍ରବଳ ବର୍ଷା…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..