ରିପୋର୍ଟ କାର୍ଡ / ପୁରୀ
ପୁରୀରେ ହେବ ବିମାନବନ୍ଦର । ଆଜି ପୁରୀରେ ପହଞ୍ଚିଥିଲେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମ୍ । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ । ଏହି ଟିମ୍ ସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..