ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ରାଜନୀତିରେ ଚାଲିଛି ମିଶ୍ରଣ ପର୍ବ | ନିର୍ବାଚନରେ ବିଜେପି ହାରିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା | ଏବେ ବିଜେପି ସମର୍ଥକ ଟିଏମସି ମୁହାଁ | ଯାହାକି ପଶ୍ଚିମବଙ୍ଗ ବିଜେପି ପାଇଁ ଶୁଭଙ୍କର ନୁହଁ | ତୃଣମୂଳ କଂଗ୍ରେସକୁ ଫେରିବା ପାଇଁ ପ୍ରାୟ ୩୦୦ ବିଜେପି ସମର୍ଥକ ଶୁକ୍ରବାର ଶାସକ ଦଳ କାର୍ଯ୍ୟାଳୟ ଆଗରେ ଅନଶନ କରିଥିଲେ। ପରେ ଏହି ବିଜେପି ସମର୍ଥକଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଥିଲା| ଏକ ପରେ ତୃଣମୂଳକୁ ଫେରାଇ ଅଣାଯାଇଥିଲା । ସୈନଥିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍ଗରାମରେ ଏହି ଦଳ ପରିବର୍ତ୍ତନ କାର୍ଯ୍ୟ ହୋଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସର ତ୍ରିପୁରା ୟୁନିଟ୍ ମୁଖ୍ୟ କହିଛନ୍ତି ଯେ ୧୫,୦୦୦ ବିଜେପି ସମର୍ଥକ ଦଳ ଛାଡିଲେଣି।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..