ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ସୋମବାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସଚିବ ଗିରୀଶ ଚନ୍ଦ୍ର ସିଂହଙ୍କୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅତିରିକ୍ତ ସଚିବଭାବେ ନିଯୁକ୍ତ କରାଯାଇଥିବା ବେଳେ ପ୍ରଶାନ୍ତ କୁମାର ନାୟକଙ୍କୁ କଟକ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଅକ୍ଷୟ କୁମାର ରାଉତଙ୍କୁ ନୟାଗଡ଼ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ରବିନାରାୟଣ ତ୍ରିପାଠୀଙ୍କୁ ଢେଙ୍କାନାଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ଏବଂ ବରେଣ୍ୟନ୍ଦୁ ମହାନ୍ତିଙ୍କୁ ଆନନ୍ଦପୁର ଉପଜିଲାପାଳ ଭାବେ ନିଯୁକ୍ତ କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..