ରିପୋର୍ଟ କାର୍ଡ / ପୁରୀ
୨୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା | କରୋନା ସଂକ୍ରମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁହୋଇଛି | ପୁରୀରେ ସ୍ନାନ ପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଣ୍ଟିକାରୁ ୨୫ ତାରିଖ ଭୋର ୨ ଘଣ୍ଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ। ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
More Stories
ଓଡ଼ିଶାର ୧୯ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ….
ମାହାଙ୍ଗା ଡବଲ ମର୍ଡର ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ…..
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….