Report Card Odisha

| Daily Odia News

ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ବିସ୍ଫୋରଣ: ୩ମୃତ, ୨୦ ଆହତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ହାଫିଜ୍ ସଇଦ୍ ଘର ନିକଟରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଜୋହର ଟାଉନର ଆକବର୍ ଛକରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ଘଟିବାର ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବିସ୍ଫୋରଣ ଘଟିଥିବା ଘରକୁ ଅନେକ ସନ୍ଦିଗ୍ଧ ଲୋକ ଯିବାଆସିବା କରୁଥିଲେ । ତେବେ ବିସ୍ଫୋରଣ ସମୟରେ ହାଫିଜ ସଇଦ ଘରେ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଘରଗୁଡ଼ିକର ଝରକା ଭାଙ୍ଗି ଯାଇଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଁଚିଥିବା ପୋଲିସ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସ୍ଥିତି ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ପାରିବ ନାହିଁ । ଗ୍ୟାସ ପାଇପଲାଇନ ଯୋଗୁଁ ମଧ୍ୟ ବିସ୍ଫୋରଣ ହୋଇପାରେ ବୋଲି ସେ କହିଛନ୍ତି । ଏଥିସହ ହାଫିଜ ସଇଦ ସହ ଜଡିତ ପ୍ରଶ୍ନକୁ ଅଣଦେଖା କରି ପୋଲିସ ଅଧିକାରୀ କହିଛନ୍ତି, ଘଟଣା ସମ୍ପର୍କରେ ଏବେ ତଦନ୍ତ ଜାରି ରହିଛି । ସୂଚନାଯାଗ୍ୟ ହାଫିଜ ସଇଦ ରହୁଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡ଼ି କରାଯାଇଛି । ତେଣୁ ଏଠାରେ ବିସ୍ଫୋରଣ ଘଟଣା ଗୁରୁତର ବୋଲି ବିବେଚନା କରାଯାଉଛି । ପାକିସ୍ତାନର କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି, ବିସ୍ଫୋରଣ ସ୍ଥାନରେ ଏକ ମୋଟର ସାଇକେଲ ଥିଲା ଏବଂ କିଛି ସମୟ ପରେ ମୋଟରସାଇକେଲ ବିସ୍ଫୋରଣ ହୋଇଥିଲା।

 

 

Breaking News