Report Card Odisha

| Daily Odia News

ଲୋକେ କୋଭିଡ୍ ନିୟମ ଭାଙ୍ଗୁଛନ୍ତି,ଯାହା ବିପଦ ସୃଷ୍ଟି କରିପାରେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡେଲଟା ପ୍ଲସ୍ ଭେରିଏଣ୍ଟକୁ ନେଇ ସବୁସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି । କିଛି ରାଜ୍ୟରେ ପ୍ରାୟ ୨୨ଟି ଡେଲଟା ପ୍ଲସ୍ ଭେରିଏଣ୍ଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଡେଲଟା ପ୍ଲସ୍ ଭେରିଏଣ୍ଟ କେତେ ସଂକ୍ରମଣ କରିବ, କେତେ ସିଭିୟର ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ସେ ସବୁକୁ ନେଇ ଅନୁଧ୍ୟାନ ଚାଲିଛି । କିଛି ଦେଶରେ ମଧ୍ୟ ଏହି ଭେରିଏଣ୍ଟ ଦେଖାଦେଇଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି । ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଅନଲକ୍ ପ୍ରୋସେସ୍ ଆରମ୍ଭ ହେବାପରେ କିଛି ଲୋକମାନେ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି । ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି । ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଲୋକମାନେ ଯଦି କୋଭିଡ୍ ନିୟମ ସଠିକ୍ ଭାବେ ମାନିବେ ୟାକୁ ବି ଏଡାଇ ଦେଇହେବ । ତେବେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଥିବା ନେଇ ଡିଏମଇଟି ସୂଚନା ଦେଇଛନ୍ତି ।

Breaking News