ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର ବେପାର ଓ ଚାଲାଣ । ଏମିତି ଚୋରାରେ ବ୍ରାଉନସୁଗାର ବେପାର ବେଳେ ପୋଲିସ ବେପାରୀଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ୨ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ନେଇ ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ପୋଲିସ ହାତରେ ଧାରା ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ ନମ୍ବର ଜାତୀୟ ରାଜପଥର ମୋଟେଲ ଛକ ନିକଟରେ ବାଇକ ଅଟକାଇ ଚେକିଂ କରିଥିଲା । ଚେକିଂ ସମୟରେ ଉଭୟଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ସେମାନେ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ନିକଟରୁ ୨ଟି ମୋବାଇଲ ସହ ବାଇକ୍ ମଧ୍ୟ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୦ରୁ ୧୫ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଏସଡ଼ିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି । ତେବେ ଜଳେଶ୍ବର ଲିଙ୍କ୍ ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……