ରିପୋର୍ଟ କାର୍ଡ / କଟକ
ସାଂସଦ ଅନୁଭବ ମହାନ୍ତି ଓ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦରେ ପଡୁନି ପୂର୍ଣ୍ଣଛେଦ। ବର୍ଷା କରିଥିବା ମାମଲାକୁ ନେଇ ଆଜି କଟକ ଫ୍ୟାମିଲି ଓ ଏସଡିଜେମ୍ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । କିନ୍ତୁ ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଅସନ୍ତୋଷ ବ୍ୟକ୍ତ କଲେ ସାଂସଦ ଅନୁଭବ ମହାନ୍ତି । ବାରମ୍ବାର ନୋଟିସ୍ ସତ୍ତ୍ୱେ ବର୍ଷା ମଧ୍ୟସ୍ଥ କେନ୍ଦ୍ରକୁ ଆସୁନାହାନ୍ତି । ଅନୁଭବଙ୍କ କହିବା ଅନୁସାରେ ସେ କାଲି ଆସିଥିଲେ, କିନ୍ତୁ କାଲି ବି ଆସିନଥିଲେ ବର୍ଷା । ଆଜି ବି ସଠିକ୍ ସମୟରେ ଅନୁଭବ ଉପସ୍ଥିତ ଥିବାବେଳେ ବର୍ଷା ଅନୁପସ୍ଥିତ ରହିଛନ୍ତି । ତେବେ ଏ ସମ୍ପର୍କରେ ଅନୁଭବ ଆହୁରି କହିଛନ୍ତି, ସୋସିଆଲ ମିଡିଆ ପାଇଁ ବର୍ଷା ସମୟ ପାଉଛନ୍ତି, କିନ୍ତୁ କୋର୍ଟକୁ ଆସିବାକୁ ତାଙ୍କର ସମୟ ନାହିଁ । ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନଥିବା କହିଛନ୍ତି ଅନୁଭବ ମହାନ୍ତି । ସୂଚନା ଅନୁସାରେ -ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ସ୍ୱାମୀଙ୍କ ନାମରେ ଓ ଶାଶୁଘର ଲୋକଙ୍କ ନାମରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାର ଭଳି ସଙ୍ଗୀନ ଅଭିଯୋଗ ନେଇ ପୁରୀଘାଟ ଥାନାରେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ଅନୁଭବ ମଧ୍ୟ ବର୍ଷାଙ୍କୁ ଛାଡପତ୍ର ଦେବା ପାଈଁ ପଟିଆଲା କୋର୍ଟରେ ଆବେଦନ କରିଥିଲେ ତେବେ ଏହି ଦୁଇଟି ଯାକ ମାମଲା ଏବେ କଟକ ହାଇକୋର୍ଟ ସ୍ଥାନାନ୍ତରିତ ହେବା ପରେ ଏବେ ଏହି ଦୁଇ ଟି ଯାକ ମାମଲାର ଶୁଣାଣୀ କଟକ ଏସଡିଜେମ୍ ମୋର୍ଟରେ ହିଁ କରାଯାଉଛି ।
More Stories
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..