ରିପୋର୍ଟ କାର୍ଡ / ବାଲେଶ୍ବର
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି। ଆଜି ୧୦ଟା ୪୩ ମିନିଟରେ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି। ଏହା ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡ଼ ନେଇପାରିବ ଓ ସଠିକ୍ ଭାବେ ଲକ୍ଷ୍ୟ ଭେଦ କରିପାରିବ। ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ । ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ନିର୍ଭୟ କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ଭାରତୀୟ ସେନାରେ ସାମିଲ ହୋଇଥିବା ଏହି ସବସୋନିକ କ୍ଷେପଣାସ୍ତ୍ରର ମାରକ କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହାୱକ୍ କ୍ଷେପଣାସ୍ତ୍ର ସହ ସମାନ ରହିଛି।
More Stories
କଂଗ୍ରେସକୁ ଫେରିବା ନେଇ ଇସାରା ଦେଲେ ପ୍ରଫୁଲ୍ଲ!……
ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର….
୪୪ ଓଏଏସ୍ ଅଫିସରଙ୍କ ବଦଳି…..