ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ନିର୍ବାଚନକୁ ନେଇ ଏକ ବଡ ପ୍ରତିଶୃତି ଦେଇଛନ୍ତି। କହିଛନ୍ତି ଯଦି ପଞ୍ଜାବରେ ଆପ ସରକାର ଗଠନ ହୁଏ ତାହେଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ। ମାଗଣା ବିଜୁଳି ଘୋଷଣା କରି କେଜ୍ରିୱାଲ କହିଛନ୍ତି, ୨୦୧୩ ରେ ଯେତେବେଳେ ଆମେ ପ୍ରଥମଥର ନିର୍ବାଚନ ଲଢ଼ଇଥିଲୁ ସେତେବେଳେ ଲୋକଙ୍କର ବିଜୁଳି ବିଲ ବହୁତ ଆସୁଥିଲା। ସରକାର ପଞ୍ଜାବ ଭଳି କମ୍ପାନୀମାନଙ୍କ ସହ ମିଶିଥିଲେ। ଆଜି ଦିଲ୍ଲୀରେ ୨୪ ଘଣ୍ଟା ବିଜୁଳି ବହୁତ କମ ଦାମ୍ରେ ଉପଲବ୍ଧ। ପଞ୍ଜାବରେ ବି ଆମେ ସମାନ କାମ କରିବୁ। କେଜ୍ରିୱାଲ କହିଛନ୍ତି ଆମେ ଏଠାରେ ୩ଟି ମୁଖ୍ୟ କାମ କରିବୁ। ପ୍ରଥମ, ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବୁ, ଦ୍ୱିତୀୟରେ ବାକିଥିବା ଘରୋଇ ବିଜୁଳି ବିଲ କ୍ଷମା କରାଯିବ ଏବଂ ଲୋକଙ୍କ କନେକ୍ସନ ପୁନଃ ସ୍ଥାପିତ କରାଯିବ, ତୃତୀୟରେ ୨୪ ଘଣ୍ଟା ବିଜୁଳି ଯୋଗାଇ ଦିଆଯିବ। ଏହି ଘୋଷଣା ପରେ ପଞ୍ଜାବରେ ୭୦ ପ୍ରତିଶତ ପରିବାରର ବିଜୁଳି ବିଲ ଜିରୋ ହୋଇଯିବ ବୋଲି ଆଶା କରାଯାଉଛି। ବିଜୁଳି ୨୪ ଘଣ୍ଟା ମିଳିବ କିନ୍ତୁ ବିଲ ଆସିବନି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଏହା ଆପର ପ୍ରତିଶୃତି, କ୍ୟାପଟେନଙ୍କ ପ୍ରତିଶୃତି ନୁହଁ। ଯେଉଁଦିନ ସରକାର ଗଠନ ହେବ ପ୍ରଥମ କଲମରୁ ପଞ୍ଜାବରେ ୩୦୦ ୟୁନିଟ ବିଜୁଳି ମାଫ କରାଯିବ। ପୁରୁଣା ବିଲ ଛାଡ଼ କରାଯିବ। କିନ୍ତୁ ୨୪ ଘଣ୍ଟା ବିଜୁଳି ଦେବାକୁ ୩-୪ ବର୍ଷ ସମୟ ଲାଗିବ କାରଣ ଆମକୁ ଟ୍ରାନ୍ସଫର୍ମର ବଦଳାଇବାକୁ ପଡିବ।
More Stories
ମୋଦୀଙ୍କୁ ଚାଲେଞ୍ଜ ଦେଲେ ଦିଦି,ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର…..
ଶଶି ଥରୁରଙ୍କ ମୁହଁତୋଡ଼ ଜବାବ…..
୨ ବିଧାୟକଙ୍କୁ ବହିଷ୍କାର କଲା ବିଜେପି….