ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବେ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ଦେହାନ୍ତ । ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି | ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଉପେନ୍ଦ୍ର ପାହାଡ଼ ସିଂହ । ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ ସିଂହ । ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି । ଚାକିରିରୁ ଅବସର ପରେ ସେ ଆକାଶବାଣୀ କଲୋନୀରେ ରହୁଥିଲେ । ସୂଚନା ଅନୁସାରେ- ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..