ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ପୁଣି ୩,୩୭୧ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନ୍ରୁ ୧୯୨୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୪୪୯ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୯,୮୦୦ରେ ପହଞ୍ଚି ଥିବାବେଳେ ୮,୭୪,୩୦୭ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୧,୪୨୨ରହିଛି। ଆଜି ଆକ୍ରାନ୍ତ ଙ୍କ ମାଦ୍ୟରେ ରହିଛନ୍ତି ଖୋର୍ଦ୍ଧାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଚିହ୍ନଟ ହୋଇଛନ୍ତି। ଏହି ୨ଟି ଜିଲ୍ଲାରେ ସଂକ୍ରମଣ କେତେବେଳେ କମୁଛି ତ ଆଉ କେତେବେଳେ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଆଜି ଚିହ୍ନଟ ହୋଇଥିବା ୩,୩୭୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୮, ବରଗଡ଼ରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୨୧୯, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୩୦, କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡ଼ାରୁ ୮, ପୁରୀରୁ ୧୯୩, ରାୟଗଡ଼ାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ୍ ପୁଲ୍ରୁ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Discussion about this post